ଭୂତ ବଙ୍ଗଳା ପରେ, ଅକ୍ଷୟ କୁମାରଙ୍କ ଫିଲ୍ମ ୱେଲକମ୍ ଟୁ ଦି ଜଙ୍ଗଲ ସହିତ ପୁଣି ଥରେ ଧମାକା କରିଛି । ଯାହା ରିଲିଜ ହେବା ପୂର୍ବରୁ ଦର୍ଶକଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଦେଇଛି । ତେଣୁ ଫିଲ୍ମ ଆଗୁଆ ବୁକିଂ ଆରମ୍ଭ ହେବା ସହିତ ଭଲ ପ୍ରତିକ୍ରିୟା ହାସଲ କରିଛି । ଏହି ଫିଲ୍ମରେ ଅକ୍ଷୟ କୁମାର, ସୁନୀଲ ଶେଟ୍ଟି, ଅର୍ଶଦ ୱାର୍ସୀ, ପରେଶ ରାୱଲ, ରବୀନା ଟଣ୍ଡନ ଏବଂ ଦିଶା ପଟାନୀଙ୍କ ସମେତ ଅନେକ ଷ୍ଟାର ନଜର ଆସିବାକୁ ଯାଉଛନ୍ତି । ଯାହାକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ଉତ୍ସାହ ବଢିଛି । ‘ୱେଲକମ୍’ ଫ୍ରାଞ୍ଚାଇଜିର ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ମାହୋଲ ସୃଷ୍ଟି କରିଛି । ଏହି ପରିସ୍ଥିତିରେ ଫିଲ୍ମ ପାଇଁ ଆଗୁଆ ବୁକିଂ ଆରମ୍ଭ ହୋଇଯାଇଛି । ‘ୱେଲକମ୍ ଟୁ ଦ ଜଙ୍ଗଲ’ ପ୍ରି-ଟିକେଟ୍ ସେଲରୁ କେତେ କଲେକ୍ସନ କରିଛି ଆସନ୍ତୁ ଜାଣିବା ।
ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଆଗାମୀ କମେଡି ଫିଲ୍ମ ୱେଲକମ୍ ଟୁ ଦ ଜଙ୍ଗଲକୁ ନେଇ ଚର୍ଚ୍ଚା ଚାଲିଛି । ଏହାର ଅନୁମାନ ଏଥିରୁ ହିଁ କରାଯାଇପାରେ ଯେ ପ୍ରଥମ ଦିନ ପାଇଁ ଜୋରଦାର ଭାବେ ଆଗୁଆ ବୁକିଂ ହେଉଛି । ଏହା ସହିତ ଫିଲ୍ମଟି ଭଲ ପରିମାଣର ପ୍ରି-ଟିକେଟ୍ ବିକ୍ରି କରିସାରିଛି ଏବଂ ରିଲିଜ୍ ପୂର୍ବରୁ ହିଁ କୋଟି କୋଟି ଟଙ୍କା ଆୟ କରିଛି।
ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ୱେଲକମ୍ ଟୁ ଦ ଜଙ୍ଗଲର ୩୯,୨୬୭ଟି ଟିକେଟ୍ ବିକ୍ରି ହୋଇସାରିଛି ଏବଂ ବ୍ଲକ୍ ସିଟ୍ ବାଦ ଦେଲେ ଫିଲ୍ମଟି ୮୯.୪୨ ଲକ୍ଷ ଟଙ୍କା ଆୟ କରିଛି । ଅନ୍ୟପଟେ, ବ୍ଲକ୍ ସିଟ୍ ସହିତ ଏହାର ପ୍ରି-ଟିକେଟ୍ ବିକ୍ରି ଆୟ ୨.୭୪ କୋଟି ଟଙ୍କାରେ ପହଞ୍ଚିଛି ।