ସହରବାସୀଙ୍କ ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିବା ଆମର ପ୍ରାଥମିକତା: ସମ୍ପଦ
ପାରାଦ୍ୱୀପ:ତା- ୨୪/୮ ପାରାଦ୍ୱୀପ ପୌରପରିଷଦ ଅନ୍ତର୍ଗତ ୮,୯, ୧୧,୧୨ ଓ ୧୩ ନମ୍ବର ୱାର୍ଡରେ ପାରାଦ୍ୱୀପର ବିଧାୟକ ତଥା ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଜନସାଧାରଣଙ୍କ ଜୀବନଧରଣର ମାନ ଉନ୍ନତି ନିମନ୍ତେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଉଦଘାଟନ କରି ଲୋକ ମାନଙ୍କର ବିକାଶ ନିମନ୍ତେ ସମର୍ପିତ କରିଛନ୍ତି। ପ୍ରଥମେ ସମସ୍ତ ୱାର୍ଡର ଯୁବ ବର୍ଗ, ବରିଷ୍ଠ ନାଗରିକ, ମାତୃ ଶକ୍ତି, ଦଳର କାର୍ଯ୍ୟକର୍ତାମାନେ ଏକ ବିରାଟ ଶୋଭାଯାତ୍ରା ମାଧ୍ୟମରେ ଉତ୍ସାହଭରା ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପୌରପରିଷଦ ଅନ୍ତର୍ଗତ ୮ ନମ୍ବର ୱାର୍ଡ ସ୍ଥିତ ଲୋକନାଥ କଲୋନୀ ଠାରେ ମା ମଙ୍ଗଳା ମାର୍କେଟ ରାସ୍ତା ଓ ଖୋଲା ସ୍ଥାନ, ୯ ନମ୍ବର ୱାର୍ଡ ସ୍ଥିତ ବୃନ୍ଦାବନ କଲୋନୀ ଠାରେ ଗୋଷ୍ଠୀ ଗୃହ, ଶିବ ମନ୍ଦିର ସ୍ଥିତ ଗୋଷ୍ଠୀ ଗୃହ ଓ ଖୋଲା ସ୍ଥାନ, ୧୧ ନମ୍ବର ୱାର୍ଡରେ ଗୋପାଳ ଜୀଉ କଲୋନୀ ଓ କେବିନ ମାର୍କେଟ ସମ୍ମୁଖ ଖୋଲାସ୍ଥାନର ଉନ୍ନତିକରଣ, ୧୨ ନମ୍ବର ୱାର୍ଡରେ ଆଇଡିବିଆଇ ବ୍ୟାଙ୍କ, ମଧୁବନ ସବଷ୍ଟେସନ ଓ ରାମଚଣ୍ଡୀ ମନ୍ଦିର ସମ୍ମୁଖ ଖୋଲା ସ୍ଥାନ, ୧୩ ନମ୍ବର ୱାର୍ଡରେ ଜଗନ୍ନାଥ କଲୋନୀ ଗୋଷ୍ଠୀ ଶୌଚାଳୟ ଓ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଅଫିସ ଗୃହର ଉଦଘାଟନ ସହିତ ୮ ନମ୍ବର ୱାର୍ଡରେ ଲୋକନାଥ କଲୋନୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହର ଶିଳାନ୍ୟାସ କରାଗଲା। ସ୍ୱାୟତ୍ତ ଶାସନ ଦିବସ – ୨୦୨୬ର ଅବ୍ୟବହିତ ପୂର୍ବରୁ ପାରାଦ୍ଵୀପ ପୌରପାଳିକା ପକ୍ଷରୁ ଅଗଷ୍ଟ ୧୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ସମୂହ ସଫେଇ, ବୃକ୍ଷରୋପଣ ଓ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ଏହି ପରିପ୍ରେକ୍ଷୀରେ ଆଜି ୮ ଓ ୯ ନମ୍ବର ୱାର୍ଡର ଲୋକନାଥ କଲୋନୀ ଏବଂ ବୃନ୍ଦାବନ କଲୋନୀ ଠାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ସାମିଲ ହୋଇଥିଲେ। ସ୍ଵଚ୍ଛତା ହିଁ ସେବା l ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଏବେ ଏକ ଜନଆନ୍ଦୋଳନରେ ପରିଣତ ହୋଇସାରିଛି l ଆମକୁ ସୁସ୍ଥ ଓ ନିରୋଗ ରହିବାକୁ ହେଲେ ସ୍ୱଚ୍ଛତାକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ହେବ l ସ୍ଥାନୀୟ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଆମ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ ଦାୟିତ୍ୱ ନେବାକୁ ପଡିବ ଏବଂ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିଜ ଅଭିଭାଷଣରେ ମତ ରଖିଥିଲେ। ପରିବେଶ ସୁରକ୍ଷା ଓ ସଂରକ୍ଷଣ ଆମ ସମସ୍ତଙ୍କର ଏକ ସାମୁହିକ ଦାୟିତ୍ଵ l ସମସ୍ତେ ମିଳିମିଶି ଏ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ l କେବଳ ଗଛଟିଏ ଲଗାଇବା ନାହିଁ, ବରଂ ତା’ର ଉପଯୁକ୍ତ ଯତ୍ନ ନେଇ ଆମ ପରିବେଶକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରି ଗଢ଼ିତୋଳିବା l ବିକାଶ ଏବଂ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରି ଏକ ସ୍ଥାୟୀ ଓ ସୁରକ୍ଷିତ ଭବିଷ୍ୟତ ଗଠନ କରିବା। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ୱାର୍ଡର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହ ସ୍ଥାନୀୟ ଜନସାଧାରଣଙ୍କୁ ଚାରାବଣ୍ଟନ କରାଗଲା। ଏହି ପ୍ରକଳ୍ପ ମାଧ୍ୟମରେ ପୌରପରିଷଦର ଜନସାଧାରଣମାନେ ବିଶେଷ ଭାବେ ଉପକୃତ ହୋଇପାରିବେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜନସାଧାରଣ ମାନେ ବିଶେଷ ଭାବେ ଉପକୃତ ହେବା ସହିତ ସେମାନଙ୍କର ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିବ। ଏହାଦ୍ୱାରା ଲୋକ ମାନଙ୍କ ଆକାଂକ୍ଷା ପୂରଣ ହେବା ସହ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୋଇପାରିବ। ଏହା ମଧ୍ୟ ସ୍ଥାନୀୟ ଅଞ୍ଚଳରେ ସାମାଜିକ ସଂହତିକୁ ସୁଦୃଢ଼ କରିବା ସହ ସହରାଞ୍ଚଳର ବିକାଶ ଦିଗରେ ସହାୟକ ହୋଇପାରିବ। ଏହା ମାଧ୍ୟମରେ ସ୍ୱଚ୍ଛତା ଭିତ୍ତିଭୂମି ସୁବିଧା ହେବା ସହିତ ଯାତାୟାତ ମଧ୍ୟ ସୁଗମ ହୋଇପାରିବ। ଏହା ଲୋକମାନଙ୍କ ମନରେ ଆଧ୍ୟାତ୍ମିକ ଚେତନା ଓ ଭକ୍ତିଭାବ ଜାଗ୍ରତ କରିବା ସହ ସ୍ଥାନୀୟ ଅଞ୍ଚଳରେ ଶାନ୍ତି, ଭାଇଚାରା ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇପାରିବ। ଏହା ମଧ୍ୟ ସ୍ଥାନୀୟ ଅଞ୍ଚଳରେ ସାମାଜିକ ସଂହତିକୁ ସୁଦୃଢ଼ କରିବା ସହ ପଞ୍ଚାୟତର ବିକାଶରେ ସହାୟକ ହୋଇପାରିବ। ଏହି ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଜନସାଧାରଣଙ୍କ ବିଭିନ୍ନ ଆବଶ୍ୟକତା ପୂରଣ ହେବା ସହ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଉପକୃତ ହୋଇପାରିବେ ଏବଂ ସହରାଞ୍ଚଳର ବିକାଶ ମଧ୍ୟ ହୋଇପାରିବ। ଏହି ନୂତନ ଶ୍ରେଣୀଗୃହ ପ୍ରତିଷ୍ଠା ହେବା ଦ୍ୱାରା ଅଞ୍ଚଳର ପିଲାମାନଙ୍କୁ ଗୁଣାତ୍ମକ ତଥା ଅତ୍ୟାଧୁନିକ ଶିକ୍ଷାର ସୁବିଧା ସୁଯୋଗ ମିଳିପାରିବା ସହିତ ଉନ୍ନତ ଶିକ୍ଷଣ ପରିବେଶ ମଧ୍ୟ ସୃଷ୍ଟି ହୋଇପାରିବ। ଏହା ସହରାଞ୍ଚଳର ଶିକ୍ଷା ଭିତ୍ତିଭୂମିକୁ ମଜବୁତ କରିବା ସହ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସର୍ବ ଶିକ୍ଷା ଅଭିଯାନ ମାଧ୍ୟମରେ ସଭିଏଁ ପଢନ୍ତୁ, ସଭିଏଁ ବଢ଼ନ୍ତୁକୁ ମଧ୍ୟ ଗତି ପ୍ରଦାନ କରିବାରେ ସହାୟକ ହେବ। ଗୋଷ୍ଠୀ ଗୃହ ମାଧ୍ୟମରେ ଲୋକମାନେ ନିଜର ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ନିମନ୍ତେ ସୁଫଳ ପାଇପାରିବେ। ଭିତ୍ତିଭୂମିର ବିକାଶ ତ୍ଵରାନ୍ୱିତ ହେଲେ, ଏହା ସମୃଦ୍ଧ ତଥା ବିକଶିତ ଓଡିଶା ଗଠନର ଲକ୍ଷ୍ୟ ହାସଲ ଦିଗରେ ନିଶ୍ଚୟ ସହାୟକ ହେବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଜନସାଧାରଣଙ୍କ ଆବଶ୍ୟକତା ପୂରଣ ହେବା ସହ ଅଞ୍ଚଳବାସୀ ଉପକୃତ ହୋଇପାରିବେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିଜ ଅଭିଭାଷଣ ମାଧ୍ୟମରେ ସହରାଞ୍ଚଳର ଲୋକମାନଙ୍କର ମୌଳିକ ସୁବିଧା ସୁଯୋଗର ବିକାଶ ମାଧ୍ୟମରେ ହିଁ ବିକଶିତ ଓଡିଶା ଗଠନର ପରିକଳ୍ପନା ସମ୍ଭବ ବୋଲି କହିଥିଲେ। ପାରାଦ୍ୱୀପ ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଵିକାଶ ଦିଗରେ ସବୁବେଳେ ପ୍ରତିଶୃତିବଦ୍ଧ ବୋଲି ମତ ରଖିଥିଲେ। ବିକଶିତ ସମୃଦ୍ଧ ଓଡିଶା ନିମନ୍ତେ ଗ୍ରାମର ଶେଷ ଭାଗରେ ବସବାସ କରୁଥିବା ଲୋକଟି ପାଖରେ ବିକାଶ ପହଞ୍ଚିବା ହିଁ ମୁଖ୍ୟ ଆଧାର। ବିକଶିତ ଗାଁ ବିକଶିତ ଓଡିଶା ମାଧ୍ୟମରେ ପ୍ରତି ଗ୍ରାମ ପଞ୍ଚାୟତର ଭିତ୍ତିଭୂମିର ସୁଦୃଢ଼ୀକରଣ ନିମନ୍ତେ ଆନୁସଙ୍ଗିକ ବ୍ୟବସ୍ଥା ସହିତ ଲୋକମାନଙ୍କର ସର୍ବାଙ୍ଗୀନ ଉନ୍ନତି କରିବା ନିମନ୍ତେ ସରକାର ସବୁବେଳେ ଗୁରୁତ୍ୱର ସହିତ ସବୁ ଦିଗ ନିମନ୍ତେ ସୁଚାରୁରୂପେ କାମ କରୁଛନ୍ତି। ସମାଜର ଶେଷ ଭାଗରେ ଵସବାସ କରୁଥିବା ଲୋକମାନଙ୍କର ସବୁ କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ହୋଇପାରିଲେ ହିଁ ବିକଶିତ ଓଡିଶାର ସଫଳ ରୂପାୟନ ସମ୍ଭବ ହୋଇପାରିବ। ଡବଲ ଇଞ୍ଜିନ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଲୋକମାନଙ୍କର ବିକାଶ ନିମନ୍ତେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଜାରି ରହିଛି। ମନ୍ତ୍ରୀ ଶ୍ରୀ ସ୍ୱାଇଁ ଲୋକଙ୍କ ସରକାରର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସଫଳ ଉପଲବ୍ଧି, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ଶିଳ୍ପ, କୃଷି, ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶାର ବିକାଶ, ପାରାଦ୍ୱୀପ ଅଞ୍ଚଳରେ ଚାଲୁରହିଥିବା ଲୋକ ମାନଙ୍କ ନିମନ୍ତେ ବିଭିନ୍ନ ବିକାଶମୂଳକ କାମ, କମ୍ପାନୀ ପ୍ରତିଷ୍ଠା ଏବଂ ସମସ୍ତେ ଏକ ହୋଇ ଅପାର ସୁଯୋଗ ସମ୍ବାବନାର ପାରାଦ୍ୱୀପ ଅଞ୍ଚଳକୁ ସବୁ କ୍ଷେତ୍ରରେ ବିକାଶମୁଖୀ କରିବା ନିମନ୍ତେ ଆହ୍ଵାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଲୋକଙ୍କ ସହିତ ଜନ ପ୍ରତିନିଧି, ସମାଜସେବୀ, ଯୁବ ବର୍ଗ, ମହିଳା, ବୁଦ୍ଧିଜୀବି ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ଅଧ୍ୟକ୍ଷ ବସନ୍ତ ପଣ୍ଡା, ମନ୍ତ୍ରୀ ଙ୍କ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂ, ସମସ୍ତ କାଉନସିଲରଙ୍କ ସମେତ ଅଙ୍ଗନୱାର୍ଡି କର୍ମଚାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ।
ପୌରାଞ୍ଚଳରେ ଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହିତ ଉଦଘାଟନ