ଆବୁଧାବି/ଭୁବନେଶ୍ୱର,ସେପ୍ଟେମ୍ବର ୯, ୨୦୨୬:
ଓଡ଼ିଶା ଇନଭେଷ୍ଟର୍ସ ମିଟ୍ର ଅଂଶ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ (IBPG) ଙ୍କ ସହ ଏକ ରାଉଣ୍ଡଟେବୁଲ୍ ଆଲୋଚନାରେ ଯୋଗଦେଇଛନ୍ତି।
ଓଡ଼ିଶା ଓ ୟୁଏଇ ମଧ୍ୟରେ ବାଣିଜ୍ୟ, ରପ୍ତାନି ଓ ବ୍ୟବସାୟିକ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା। ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ରମୁଖ ୟୁଏଇ ବ୍ରାଣ୍ଡ ପାଇଁ କଣ୍ଟ୍ରାକ୍ଟ ମ୍ୟାନୁଫାକ୍ଚରିଂ ଏବଂ ଦକ୍ଷ ମାନବ ସମ୍ବଳ ନିମନ୍ତେ ସୁଯୋଗ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ରୁଚି, ଫାର୍ମ ବି, ବି ୱାନ , ଓରି କ୍ଲିନ୍ ଭଳି ଓଡ଼ିଶାଭିତ୍ତିକ କମ୍ପାନୀ ଯୋଗଦେଇଥିଲେ। ଏଥିରେ IBPG ସଭାପତି ଶ୍ରୀ ରାଜୀବ ଶାହା ମଧ୍ୟ ଉପସ୍ଥିତ ଥିଲେ.।
ପଠାଣି ରାଉତ
ଉପ ନିର୍ଦ୍ଦେଶକ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥା
ମୁଖ୍ୟ ଶାସନ ସଚିବ ଙ୍କ ଲୋକ ସମ୍ପର୍କ ଅଧିକାରୀ
